ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟର ୧୦୫ଟି ପୌରାଞ୍ଚଳ ସହିତ ୩ ମହାନଗର ନିଗମରେ ନିର୍ବାଚନ ହେବ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଇଭିଏମ ମେସିନ୍ ଓ ଫର୍ମ ପଠାଯାଇଛି । ପ୍ରଥମ ପର୍ଯ୍ୟୟରେ ୧୫ଟି ଜିଲ୍ଲାକୁ ମେସିନ୍ ପଠାଯାଇଛି । ଆଜି ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ଗଜପତିକୁ ଇଭିଏମ୍ ପାଠଯାଇ ଥିବା ସୂଚନା ମିଳିଛି । ଆଜି ସୁଦ୍ଧା ମୋଟ୍ ୩ ହଜାର ୨୫ ଇଭିଏମ୍ ପଠାଯିବ । ଜାନୁଆରୀ ଶେଷ ସୁଦ୍ଧା ସବୁ ଜିଲ୍ଲାକୁ ୮ ହଜାରରୁ ଅଧିକ ଇଭିଏମ୍ ପଠାଯିବ । ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସୁରକ୍ଷାର ସହିତ ଇଭିଏମ୍ ଗ୍ରହଣ କରୁଛନ୍ତି । କଟକ, ଭୁବନେଶ୍ବର, ବ୍ରହ୍ମପୁରର ମହାନଗର ନିଗମରେ ହେବ ନିର୍ବାଚନ । ପାଖାପାଖି ୪୭ଲକ୍ଷ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ପୌର ନିର୍ବାଚନ ବେବ ବୋଲି ସୂଚନା ମିଳିଛି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..