ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ସ୍ୱର୍ଣ୍ଣିମ ବିଜୟ ଦିବସ। ୧୬ ଡିସେମ୍ବର ୧୯୭୧ର ଐତିହାସିକ ବିଜୟର ଆନନ୍ଦ ଆଜି | ପ୍ରତ୍ୟେକ ଦେଶବାସୀଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରୁଛି। ଆଜି ସାରା ଦେଶ ପାଳନ କରୁଛି ସ୍ୱର୍ଣ୍ଣିମ ବିଜୟ ଦିବସ। ୧୯୭୧ରେ ଯୁଦ୍ଧରେ ବିଜୟ ଓ ବାଂଲାଦେଶର ସ୍ୱାଧୀନତା ଦିବସ ଅବସରରେ ବିଜୟ ଦିବସ ପାଳନ କରାଯାଇଥାଏ। ୧୯୭୧ରେ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟ ହାସଲ କରିବାର ୫୦ ବର୍ଷ ପୂରଣ ହେଉଥିବାରୁ ୨୦୨୧କୁ ସ୍ୱର୍ଣ୍ଣିମ ବିଜୟ ଦିବସ ବର୍ଷ ଭାବେ ଏହା ପାଳନ କରାଯାଉଛି। ୧୬ ଡିସେମ୍ବର ହେଉଛି ସୈନିକମାନଙ୍କ ସାହସିକତାକୁ ଅଭିବାଦନ କରିବାର ଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱର୍ଣ୍ଣିମ ବିଜୟ ମଶାଲର ସ୍ୱାଗତ ସମାରୋହରେ ଭାଗ ନେଇଛନ୍ତି। ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଜ୍ୱଳିତ କରାଯାଇଥିବା ଉକ୍ତ ୪ଟି ମଶାଲଗୁଡିକୁ ସିଆଚେନ୍ ଠାରୁ କାନିଆକୁମାରୀ, ଆଣ୍ଡାମାନ ଏବଂ ନିକୋବର ପର୍ୟ୍ୟନ୍ତ ଲଙ୍ଗୱାୱାଲା, କୁଚ୍ ଏବଂ ଅଗରତାଲା ପର୍ୟ୍ୟନ୍ତ ଘୂର୍ଣ୍ଣନ କରାଯାଇଥିଲା ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିଜୟ ଦିବସ ଅବସରରେ ଗାନ୍ଧୀ ପାର୍କରେ ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।






More Stories
ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ;ପିଞ୍ଜରାରେ କୋର୍ଟ ଅଣାଗଲା!….
କ୍ୟାନ୍ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାନ୍ତୁ…..
ବିମାନ ଜରୁରୀ ଅବତରଣ…..