ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶବାସୀଙ୍କୁ ତୃଣମୂଳ ସ୍ତରରେ ତୁଳନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ପଦ୍ମ ପୁରସ୍କାର ନାମାଙ୍କନ ପଠାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ରବିବାର ସେ ଟ୍ୱିଟ୍ କରି ଜଣାଇଛନ୍ତି। କହିଛନ୍ତି ପ୍ରେରଣଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ପଦ୍ମ ସମ୍ମାନ ୱେବ୍ସାଇଟ୍ ମାଧ୍ୟମରେ ସୂଚନା ଅପ୍ଲୋଡ୍ କରିବାକୁ ମୋଦି କହିଛନ୍ତି। ଏହାକୁ ମୋଦି ‘ପିପୁଲ୍ସ ପଦ୍ମ’ ନାଁ ଦେଇଛନ୍ତି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ସେପ୍ଟେମ୍ବର ୧୫ ରଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି, ‘ଭାରତରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନେ ତୃଣମୂଳ ସ୍ତରରେ ଅସାଧାରଣ କାର୍ଯ୍ୟ କରୁଛନ୍ତି । ପ୍ରାୟତଃ ‘ଆମେ ଏପରି ଲୋକମାନଙ୍କ ବିଷୟରେ ଅଳ୍ପ ଶୁଣିବାକୁ ପାଉ । ଆପଣ ଏପରି ପ୍ରେରଣାଦାୟକ ଲୋକଙ୍କୁ ଜାଣିଛନ୍ତି କି? ଆପଣ ତାଙ୍କୁ # ପିପୁଲ୍ସ ପଦ୍ମ ପାଇଁ ମନୋନୀତ କରିପାରିବେ।’ମୋଦି ତାଙ୍କ ଟ୍ୱିଟରେ ହିଁ ପଦ୍ମ ପୁରସ୍କାରର ୱେବସାଇଟର ଏକ ଲିଙ୍କ ମଧ୍ୟ ଦେଇଛନ୍ତି, ଯେଉଁଠାରେ ଲୋକମାନେ ପ୍ରେରଣାଦାୟକ ବ୍ୟକ୍ତିଙ୍କୁ ମନୋନୀତ କରିପାରିବେ। ଏଥିସହ ସରକାର ନିଜସ୍ୱ ନାମାଙ୍କନ ପତ୍ରର ବିକଳ୍ପ ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ଦେଶରେ ୧୯୫୪ ଠାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ସମ୍ମାନ ଅନ୍ତର୍ଗତ ପଦ୍ମ ବିଭୁଷଣ, ପଦ୍ମ ଭୁଷଣ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଉଛି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଆଜି ଇସ୍ତଫା ଦେବେ ନୀତୀଶ…..