Report Card Odisha

| Daily Odia News

ଆଜି ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ 

ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟା ଅର୍ଥାତ ଜାନୁଆରୀ ୨୫ ତାରିଖ ସନ୍ଧ୍ୟା ୭ଟା ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବେ। ଏହା ଆକାଶବାଣୀର ସମସ୍ତ ଚ୍ୟାନେଲ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରସାରିତ ହେବ। ପ୍ରଥମେ ହିନ୍ଦୀ ଭାଷା ଓ ଠିକ ପରେ ପରେ ଇଂରାଜୀ ଭାଷାରେ ଏହାର ପ୍ରସାରଣ କରାଯିବ। ଏହି ଉଦବୋଧନର ଆଞ୍ଚଳିକ ଭାଷାନ୍ତର ସେହିଦିନ ରାତି ୯.୩୦ ମିନିଟରେ ପ୍ରସାରଣ କରାଯିବ।

 

 

 

 

 

Breaking News