Report Card Odisha

| Daily Odia News

ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ। ସେ ୧୭ ରୁ ୧୯ ସେପ୍ଟେମ୍ବର ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବେ। ରାଣୀଙ୍କ ଅନ୍ତିମ ସଂସ୍କାର ସେପ୍ଟେମ୍ବର ୧୯ରେ ୱେଷ୍ଟମିନଷ୍ଟର ଏବ୍ବେରେ ହେବ। ଦିବଂଗତ ରାଣୀ ଏଲିଜାବେଥଙ୍କ ପାର୍ଥିବ ଶରୀର ମଙ୍ଗଳବାର ସନ୍ଧ୍ୟାରେ ସ୍କଟଲ୍ୟାଣ୍ଡରୁ ଆସି ଲଣ୍ଡନରେ ପହଞ୍ଚିଛି। ଆଜିଠାରୁ ଚାରି ଦିନ ପର୍ଯ୍ୟନ୍ତ ତାଙ୍କ କଫିନ୍ ୱେଷ୍ଟମିନିଷ୍ଟର ହଲରେ ରଖାଯିବ। ଯେଉଁଠାରେ ବିଭିନ୍ନ ବର୍ଗର ଲୋକ ତାଙ୍କୁ ଶେଷଦର୍ଶନ କରିବେ।

Breaking News