ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ନରେନ୍ଦ୍ର ମୋଦିଙ୍କୁ ଦେଶରେ ପରବର୍ତ୍ତୀ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏର ନେତା ନିର୍ବାଚିତ ହେବା ପରେ ଆଜି ମୋଦି ସନ୍ଧ୍ୟାରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଥିଲେ। ଏହି ସମୟରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହାପୂର୍ବରୁ ମୋଦି ଏନଡିଏର ନେତା ନିର୍ବାଚିତ ହୋଇଥିବା ନେଇ ଗୋଟିଏ ସମର୍ଥନପତ୍ର ରାଷ୍ଟ୍ରପତି ମ୍ୟାଡାମଙ୍କ ପାଖରେ ପହଞ୍ଚିଥିଲା। ଏହାକୁ ଦେଖିବା ପରେ ରାଷ୍ଟ୍ରପତି ସନ୍ଧ୍ୟାରେ ମୋଦିଙ୍କୁ ଡାକି ସରକାର ଗଠନ ପାଇଁ କହିଛନ୍ତି। ଆସନ୍ତା ୯ ତାରିଖ ଅର୍ଥାତ ରବିବାର ମୋଦି କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..