ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପୂଣ୍ଣ୍ୟତିଥି । ନୂଆଦିଲ୍ଲୀ ସ୍ଥିତ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସମେତ ବିଜେପିର ବରିଷ୍ଠ ନେତୃବୃନ୍ଦ । ଏହି ଅବସରରେ ବାଜପେୟୀଙ୍କ ସ୍ମୃତିରେ ‘ସଦୈବ ଅଟଳ’ରେ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।

୨୦୧୮ ମସିହା ଅଗଷ୍ଟ ୧୬ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବାଜପେୟୀ । ପୂଣ୍ଣ୍ୟତିଥିରେ ସ୍ୱର୍ଗତ ବାଜପେୟୀଙ୍କୁ ସାରା ଦେଶବାସୀ ମନେ ପକାଉଛନ୍ତି । ରାଷ୍ଟ୍ର ପ୍ରତି ତାଙ୍କର ସମର୍ପଣ ଭାବ, ସହକର୍ମୀଙ୍କ ପ୍ରତି ସମ୍ମାନ ଓ ବିରୋଧୀଙ୍କୁ ମଧ୍ୟ ସମ୍ମାନ ଜଣାଇବା ତାଙ୍କୁ ମହାନ କରିଛି । ରାଜନୀତିରେ ତାଙ୍କ ଦିଗଦର୍ଶନ ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ତାଙ୍କୁ ରାଜନୀତିର ଭୀଷ୍ମ ପିତାମହ କହୁଥିଲେ । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏଭଳି ଜଣେ ରାଷ୍ଟ୍ରନେତା ଥିଲେ ଯାହାଙ୍କ କଥା ଓ କବିତାରେ ବିରୋଧୀ ମଧ୍ୟ ତାଳି ମାରୁଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଥିବାରୁ ସେ ଆରଏସଏସର ବିଚାରଧାରାକୁ ଅନୁସରଣ କରୁଥିଲେ ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……