ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମଣିପୁର, ମେଘାଳୟ ଓ ତ୍ରିପୁରା ରାଜ୍ୟ ସ୍ଥାପନା ଦିବସ | ଜାନୁଆରି ୨୧ ତାରିଖ ଦିନ ରାଜ୍ୟ ପାହ୍ୟା ପାଇଥିଲା | ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର, ମେଘାଳୟ ଓ ତ୍ରିପୁରାକୁ ଶୁଭେଚ୍ଛା ଜଣାଇବା ସହିତ ଏହି ଉତ୍ତରପୂର୍ବ ରାଜ୍ୟମାନଙ୍କର ସଂସ୍କୃତି, ସମୃଦ୍ଧ ଇତିହାସ, ପରମ୍ପରା ଓ କୃତ୍ବିତ୍ବକୁ ପ୍ରଶଂସା କରିଛନ୍ତି। ‘ଏକ୍ସ’ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମଣିପୁର ରାଜ୍ୟ ସ୍ଥାପନା ଦିବସ ଅବସରରେ ରାଜ୍ୟବାସୀଙ୍କ ପ୍ରତି ମୋର ଆନ୍ତରିକ ଶୁଭେଚ୍ଛା। ଭାରତର ପ୍ରଗତି ପ୍ରତି ମଣିପୁରର ବଳିଷ୍ଠ ଅବଦାନ ରହିଛି। ରାଜ୍ୟର ସଂସ୍କୃତି ଓ ପରାମ୍ପରା ଯୋଗୁଁ ଆମେ ଗୌରବାନ୍ବିତ। ମଣିପୁରର ନିରବଚ୍ଛିନ୍ନ ବିକାଶ ପାଇଁ ପ୍ରାର୍ଥନା କରୁଛି। ସେହିପରି, ମେଘାଳୟ ପ୍ରତି ଶୁଭେଚ୍ଛା ଜ୍ଞାପନ କରି ପ୍ରଧାନମନ୍ତ୍ରୀ ‘ଏକ୍ସ’ ପୋଷ୍ଟ୍ରେ ଲେଖିଛନ୍ତି, ମେଘାଳୟବାସୀଙ୍କୁ ଶୁଭ ରାଜ୍ୟ ସ୍ଥାପନା ଦିବସ ଜ୍ଞାପନ କରୁଛି। ଆଜି ମେଘାଳୟର ଚମତ୍କାର ସଂସ୍କୃତି ଓ ଜନତାଙ୍କ କୃତ୍ବିତ୍ବ ପାଳନ ଲାଗି ଆଜିର ଏ ଅବସର ଉପସ୍ଥିତ ହୋଇଛି। ଆଗାମୀ ଦିନରେ ମେଘାଳୟ ଅଧିକ ପ୍ରଗତି କରୁ। ଏବଂ, ତ୍ରିପୁରା ପ୍ରତି ଶୁଭକାମନା ଜଣାଇ ‘ଏକ୍ସ’ ପୋଷ୍ଟ୍ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ରାଜ୍ୟ ସ୍ଥାପନା ଦିବସ ଅବସରରେ ତ୍ରିପୁରାବାସୀଙ୍କୁ ଅନ୍ତରର ଶୁଭେଚ୍ଛା। ଆଜିର ଦିନ ରାଜ୍ୟର ଅଭିନବ ଇତିହାସ ଓ ସମୃଦ୍ଧ ଐତିହ୍ୟ ପାଳନ କରୁ। ତ୍ରିପୁରାବାସୀଙ୍କ ସମୃଦ୍ଧି ଓ ସହାବସ୍ଥାନ କାମନା କରୁଛି। ଉଲ୍ଲେଖଯୋଗ୍ୟ, ୧୯୭୨ ମସିହା ଜାନୁଆରି ୨୧ ତାରିଖ ଦିନ ରାଜ୍ୟ ପାହ୍ୟା ପାଇଥିବା ଏହି ୩ ଉତ୍ତରପୂର୍ବ ରାଜ୍ୟ ଆଜି ସେମାନଙ୍କର ୫୨ତମ ରାଜ୍ୟ ସ୍ଥାପନା ଦିବସ ପାଳନ କରୁଛନ୍ତି। ‘ନର୍ଥ-ଇଷ୍ଟ୍ ଏରିଆ’ (ରି-ଅର୍ଗାନାଇଜେସନ୍) ଆକ୍ଟ୍ ୧୯୭୧ ଲାଗୁ ହେବା ପରେ ତ୍ରିପୁରା, ମଣିପୁର ଓ ମେଘାଳୟ ରାଜ୍ୟତ୍ବ ପ୍ରାପ୍ତି ହୋଇଥିଲେ।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..