ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁଦିବସ ଅବସରରେ ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ଦିବସ ଶିକ୍ଷକମାନଙ୍କ ବୃତ୍ତି ଏବଂ ସେମାନଙ୍କ ସେବାକୁ ସମ୍ମାନ ଜଣାଇବାର ଦିନ। ସେ କହିଛନ୍ତି, ଆଧୁନିକ ଜ୍ଞାନକୌଶଳ ଯୁଗରେ ଶିକ୍ଷକମାନଙ୍କ ଭୂମିକାରେ ପରିବର୍ତ୍ତନ ଘଟିଛି। ଭାରତକୁ ଜ୍ଞାନକୁମ୍ଭରେ ପରିଣତ କରିବା କ୍ଷେତ୍ରରେ ଶିକ୍ଷକମାନଙ୍କ ଭୂମିକାକୁ ରାଷ୍ଟ୍ରତି ପ୍ରଶଂସା କରିଛନ୍ତି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସ୍ୱତନ୍ତ୍ର ଉତ୍ସବରେ ୭୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରିବେ|






More Stories
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..
ଆସନ୍ତାକାଲି ସୂର୍ଯ୍ୟଗ୍ରହଣ….