Report Card Odisha

| Daily Odia News

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ରାହୁଲ ଗାନ୍ଧୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ୯୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ଗୁରୁବାର ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ରାତି ୯ଟା ୫୧ରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। ନୂଆଦିଲ୍ଲୀ ସ୍ଥିତ ବାସଭବନରେ ମନମୋହନ ସିଂହଙ୍କ ପାର୍ଥିବ ଶରୀରକୁ ଅଣାଯାଇ ସାରିଛି। ବାସଭବନରେ ମନମୋହନଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ସାଂସଦ ରାହୁଲ ଗାନ୍ଧୀ, ଜେପି ନଡ୍ଡା, ରାଜନାଥ ସିଂଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି । ମନମୋହନ ସିଂହଙ୍କୁ ଇତିହାସ କେବଳ ଭାରତର ପ୍ରଧାନମନ୍ତ୍ରୀ ନୁହେଁ, ଭାରତର ଅର୍ଥନୈତିକ ସଂସ୍କାରକ ଓ ଜଣେ ବିଦ୍ୱାନ ନେତା ରୂପେ ମନେ ରଖିବ। ୧୯୯୧ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଦେଶର ଅର୍ଥ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ସମୟରେ ଦେଶ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମନନମୋହନ ସିଂହ ସାଜିଥିଲେ ସଙ୍କଟମୋଚକ । ମନମୋହନଙ୍କ ଅର୍ଥ ମନ୍ତ୍ରିତ୍ୱ କାଳରେ ଦେଶରେ ଦେଖା ଦେଇଥିଲା ବୈଦେଶିକ ମୁଦ୍ରାର ଘୋର ସଙ୍କଟ। ଆୟଠାରୁ ବ୍ୟୟ ବହୁଗୁଣା ଅଧିକ ରହିବାରୁ ବିଶାଳ ବିତ୍ତୀୟ ନିଅଣ୍ଟ ସ୍ଥିତିକୁ ସଙ୍ଗିନ କରିଥିଲା। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବାକୁ ବସିଥିଲା ଓ ଦେଶ ଦେବାଳିଆ ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥରୁ ମୁକୁଳିବାକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ସହାୟତା ଲୋଡ଼ାଯାଇଥିବା ବେଳେ ସୁନା ବନ୍ଧା ରଖି ପାଣ୍ଠି ଯୋଗାଡ଼ କରାଯାଇଥିଲା। ସେପରି ଆର୍ଥିକ ଘଡ଼ିସନ୍ଧି ସମୟରେ ନିଜର ବିଚକ୍ଷଣ ଅର୍ଥନୈତିକ ଜ୍ଞାନ ବଳରେ ମନମୋହନ ଅର୍ଥନୈତିକ ସଂସ୍କାରର ପ୍ରସ୍ତାବ ଦେଇଥିଲେ।

Breaking News