Report Card Odisha

| Daily Odia News

ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ବ୍ୟକ୍ତିଙ୍କର ହେବ RT-PCR ଟେଷ୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଚାଲିଛି । ରାଷ୍ଟ୍ରପତି ଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ ଓ ଡିଜିପିଙ୍କୁ ନେଇ ବୈଠକ ହୋଇଛି । ସେପଟେ ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର RT-PCR ଟେଷ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୧ରେ ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ସହ ରାଉରକେଲା ଇସ୍ପାତ କାରଖାନା ସୁପର ସ୍ପେଶାଲିଟି ମେଡିକାଲର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ୨୧ ତାରିଖ ଦିନ ରାଷ୍ଟ୍ରପତିଙ୍କଠାରୁ ଏନଆଇଟି ଛାତ୍ରଛାତ୍ରୀମାନେ ଡିଗ୍ରୀ ଗ୍ରହଣ କରିବେ। ଏହି ଅବସରରେ ୧୪ଶହ ୭୦ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ।

Breaking News