ରିପୋର୍ଟ କାର୍ଡ / ପୁରୀ
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଆସନ୍ତା ୪ ତାରିଖରେ ହୀରକ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି । ଏହି ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି ଚୂଡ଼ାନ୍ତ ହୋଇଛି। ସମ୍ମାନିତ ଅତିଥିଭାବେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ସମ୍ପର୍କରେ ଅଧ୍ୟକ୍ଷ ପ୍ରାଧ୍ୟାପକ ଡା. ଅରୁଣ କୁମାର ଦାସ ସୂଚନା ଦେଇଛନ୍ତି। ଏହି ତିନି ଦିନରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୁର୍ବେଦ ପର୍ବ ଅନୁଷ୍ଠିତ ହେବ। ଦେଶବିଦେଶରୁ ଆୟୁର୍ବେଦ ଡାକ୍ତର, ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏଥିରେ ଅଂଶଗ୍ରହଣ କରିବା ସହ ଜନସ୍ୱାସ୍ଥ୍ୟ ସେବାରେ ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଆଲୋଚନା କରିବେ। ଏହାଛଡ଼ା କାର୍ଯ୍ୟକ୍ରମ ଅବସରରେ ମାଗଣା ସ୍ବାସ୍ଥ୍ୟଶିବିର, ସ୍ବାସ୍ଥ୍ୟପରୀକ୍ଷା, ଖାଦ୍ୟମେଳା, ଶବ୍ଦାବଳୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବା ଲାଗି ନିଷ୍ପତ୍ତି ହୋଇଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..