ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଡଦିନ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନକଡ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସମେତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ପବିତ୍ର ବଡଦିନ ପାଳନ ଅବସରରେ ସମସ୍ତେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ପ୍ରେମ ଓ ସଂହତି ବାର୍ତ୍ତାକୁ ପାଳନ କରିବା ଜରୁରୀ। ବିଶ୍ବରେ ଭାଇଚାରା ଓ ବିଶ୍ବବାସୀଙ୍କ ଉନ୍ନତି ପଥକୁ ଆଲୋକିତ କରିବାରେ ଯିଶୁଙ୍କ ବାଣୀ ପ୍ରେରଣା ଯୋଗାଉଥିବା ସେ କହିଛନ୍ତି। ଅପରପକ୍ଷରେ ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ପବିତ୍ର ବଡଦିନରେ ସମସ୍ତେ ଏକତା, ସଂହତି ଓ ପାରସ୍ପରିକ ଭଲ ପାଇବାକୁ ଗୁରୁତ୍ବ ଦେବା ଉଚିତ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..