Report Card Odisha

| Daily Odia News

ଇମ୍ରାନ ଖାନଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇମ୍ରାନ ଖାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି ଜଲଦି ଶୀଘ୍ର ସୁସ୍ଥ କାମନା କରିଛନ୍ତି । ଟ୍ବିଟ୍ କରି ମୋଦୀ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ସଂକ୍ରମଣରୁ ଜଲଦି ସୁସ୍ଥ ହେବାକୁ କାମନା କରୁଛି ।’ ଶୁକ୍ରବାର ଇମ୍ରାନ ଖାନ କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଥିଲା । ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀ ଏ ନେଇ ପ୍ରଥମେ ସୂଚନା ଦେଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗୁରୁବାର ଦିନ ଇମ୍ରାନ ଚୀନ ନିର୍ମିତ ସାଇନୋଫାର୍ମ କୋଭିଡ-୧୯ ଭ୍ୟାକସିନର ପ୍ରଥମ ଡୋଜ୍ ନେଇଥିଲେ । ଶନିବାର ପଜିଟିଭ ଚିହ୍ନଟ ହେବା ପରେ ହୋମ୍‌ ଆଇସୋଲେସନ​‌ରେ ଅଛନ୍ତି ଇମ୍ରାନ ଖାନ ।

Breaking News