Report Card Odisha

| Daily Odia News

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲାରେ: ତଦନ୍ତ ପାଇଁ ନୂଆ କମିଟି ଗଠନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍‌କେଡ୍ ଫସିବା ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍‌ ଫସିବା ଘଟଣାରେ ଏବେ ଯାଏଁ ଚାଲିଥିବା ସମସ୍ତ ତଦନ୍ତକୁ ବନ୍ଦ କଲେ ମାନ୍ୟବର ସୁପ୍ରିମକୋର୍ଟ । ତଦନ୍ତ ପାଇଁ ନୂଆ କମିଟି ଗଠନ କଲେ ସୁପ୍ରିମକୋର୍ଟ । ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ । ଖବର ଅନୁଯାୟୀ, କିଛି ଦିନ ତଳେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍‌କେଡ ଫସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରାୟ ୧୫ ମିନିଟ୍‌ ଧରି ରାସ୍ତାରେ ଅଟକ ରଖିଥିଲେ ଚାଷୀ । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ଦୃଷ୍ଟି​‌ରେ ରଖି ଫିରୋଜପୁରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ରାଲିକୁ ରଦ୍ଦ କରାଯାଇଥିଲା। ଏହାପର ଠାରୁ ଆରମ୍ଭ ହୋଇଥିଲା ରାଜନୈତିକ ବୟାନବାଜି । ତେବେ ଘଟଣାରେ ତ୍ୱରତି ପଦକ୍ଷେପ ନେଇ ଭାରତ ସରକାର ଓ ପଞ୍ଜାବ ସରକାର ଏକ ତଦନ୍ତ କମିଟି ଗଠନ କରିଥିଲେ । ଯିଏକି ପୁରା ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଥିଲା । କିନ୍ତୁ ଏସବୁ ଭିତରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଯାହାର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ମାମଲାର ଶୁଣାଣି କରି କହିଛନ୍ତି ଯେ, ଘଟଣାରେ ଏବେ ଯାଏଁ ଚାଲିଥିବା ସମସ୍ତ ତଦନ୍ତକୁ ବନ୍ଦ କରାଯାଉ। ଏହାସହିତ ପ୍ରଧାନମନ୍ତ୍ରୀ କାର୍‌କେଡ୍‌ ଫସିବା ଘଟଣାର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହେବ । ଏହି କମିଟିରେ ହାଇକୋର୍ଟ ରେଜିଷ୍ଟ୍ରାର

 

Breaking News