ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ମଧ୍ୟରେ ଲାଗି ରହିଛି ତିକ୍ତତା । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରି ପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ମାସରେ ମୋଦୀ ଆମେରିକା ଗସ୍ତ କରି ପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ କରିବାର କାରଣ ଜାତିସଂଘ ସାଧାରଣ ସଭା(ୟୁଏନଜିଏ)ରେ ଅଂଶଗ୍ରହଣ କରିବା । ତେବେ ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ମଧ୍ୟ ଖବର ସାମ୍ନାକୁ ଆସିଛି ।ସେପ୍ଟେମ୍ବରରେ ନ୍ୟୁୟର୍କରେ ୟୁଏନଜିଏ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମୟରେ ମୋଦୀ-ଟ୍ରମ୍ପଙ୍କ ସାକ୍ଷାତ ହେବାର ରହିଛି । ବୈଠକ ୨୩ ରୁ ୨୭ ସେପ୍ଟେମ୍ବର ମଧ୍ୟରେ ହେବାର ରହିଛି । ପ୍ରଧାନମନ୍ତ୍ରୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ମଧ୍ୟ ଭେଟି ପାରନ୍ତି ।ଏହି ସମ୍ମିଳନୀରେ ସାରା ବିଶ୍ୱରୁ ଅନେକ ବଡ ନେତା ନ୍ୟୁୟର୍କରେ ପହଞ୍ଚିବେ । ତେଣୁ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……