Report Card Odisha

| Daily Odia News

ପଶ୍ଚିମବଙ୍ଗ ଓ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୦୫ /୦୩ / ୨୦୨୧

କରୋନା ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଯାତ୍ରା । ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଯାତ୍ରା ଏକ ରାଜନୈତିକ ଅଭିସନ୍ଧି ବୋଲି ଆଲୋଚନା ହେଉଛି । କରୋନା ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଯାତ୍ରା । ଏହାରି ମଧ୍ୟରେ କୁହାଯାଇଛି କି ପଶ୍ଚିମବଙ୍ଗ ଓ ଆସାମରେ ଯେଉଁଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ ସେଦିନ ପ୍ରଧାନମନ୍ତ୍ରୀ ବାଂଲାଦେଶ ଗସ୍ତରେ ଥିବେ । ପ୍ରଧାନମନ୍ତ୍ରୀ ଚଳିତମାସ ୨୬ ଓ ୨୭ ତାରିଖ ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯିବେ । ବାଂଲାଦେଶର ୫୦ ତମ ସ୍ୱାଧୀନତା ଦିବସରେ ମୋଦି ସେଠାରେ ଉପସ୍ଥିତ ରହିବେ । କରୋନା ମହାମାରୀ ବେଳେ ବାଂଲାଦେଶକୁ ଟିକା ଦେଇ ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କର ସୁଧାର ଆଣିବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ । କୁହାଯାଉଛି କି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମତୁଆ ସଂପ୍ରଦାୟର ଧର୍ମଗୁରୁ ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମସ୍ଥଳୀ ବି ଗସ୍ତ କରିବେ । ଏହାସହ ସୁଗନ୍ଧା ଶକ୍ତିପୀଠ, ଔରଫଣ୍ଡି ମନ୍ଦିର ଆଦି ଯିବାର କାର୍ଯ୍ୟକ୍ରମ ରହିଛି । କହିରଖୁ କି ବାଂଲାଦେଶ ସ୍ୱାଧୀନ ହେବା ପୂର୍ବରୁ ଦେଶର ଏକ ବଡ ଜନସଂଖ୍ୟା ପଶ୍ଚିମବଙ୍ଗରେ ବାସ କରୁଥିଲେ । ଏହା ମଧ୍ୟରେ ସବୁଠାରୁ ବେଶି ସଂଖ୍ୟା ଥିଲା ମତୁଆ ସଂପ୍ରଦାୟର । ତେଣୁ ପ୍ରଧାନମନ୍ତ୍ରୀ ବାଂଲାଦେଶ ଗସ୍ତ କରି ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ମାଷ୍ଟର କାର୍ଡ ମତୁଆ ସଂପ୍ରଦାୟର ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି । ୨୦୧୬ ମସିହା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟକୁ ନିଜ ସପକ୍ଷରେ ରଖିଥିଲେ ମମତା ବାନାର୍ଜୀ । ମତୁଆ ସଂପ୍ରଦାୟ ବହୁଳ ଅଞ୍ଚଳରେ ଥିବା ୨୧ଟି ଆସନରୁ ତୃଣମୂଳ କଂଗ୍ରେସକୁ ୧୮ ଆସନ ମିଳିଥିଲା । ତେଣୁ ପ୍ରଧାନମନ୍ତ୍ରୀ ଏହାକୁ ନଜରରେ ରଖି ପଶ୍ଚିମବଙ୍ଗ ଗସ୍ତ କରୁଥିବା ନେଇ ଚର୍ଚ୍ଚା ଜୋରଧରିଛି ।

Breaking News