ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସଂସଦୀୟ ସ୍ବାଧିକାର କମିଟିକୁ ୧୨ ଜଣ ବିରୋଧୀ ଦଳ ଏମ୍ପିଙ୍କ ବିରୋଧରେ ଆଗତ ସ୍ବାଧିକାର ଭଙ୍ଗ ଅଭିଯୋଗର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ୯ ଜଣ ଓ ଆପ୍ର ୩ ଜଣ ସାଂସଦ। ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିବା, ସ୍ଲୋଗାନ ଦେବା ଏବଂ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ରହିଛି। ସଦ୍ୟ ପ୍ରକାଶିତ ରାଜ୍ୟସଭା ବୁଲେଟିନ ଅନୁସାରେ ଉକ୍ତ କଂଗ୍ରେସ ସାଂସଦମାନେ ହେଉଛନ୍ତି ଶକ୍ତିସିଂହ ଗୋହିଲ, ନାରାଭାଇ ଜେ ରଥୱା, ସୟଦ ନାସିର ହୁସେନ, କୁମାର କେଟକାର, ଇମ୍ରାନ ପ୍ରତାପଗଡ଼ି, ଏଲ୍ ହନୁମନ୍ତୟା, ଫୁଲୋ ଦେବୀ ନେତମ୍, ଜେବି ମାଥେର ହିସାମ ଓ ରଣଜିତ ରଞ୍ଜନ। ସେହିପରି ଆପ୍ ଏମ୍ପିମାନେ ହେଉଛନ୍ତି ସଞ୍ଜୟ ସିଂହ, ସୁଶୀଲ କୁମାର ଗୁପ୍ତା ଓ ସନ୍ଦୀପ କୁମାର ପାଠକ। ଏହି ସାଂସଦମାନେ ରାଜ୍ୟସଭାର ଆଚରଣବିଧି ଉଲ୍ଲଂଘନ କରି ବିଶୃଙ୍ଖଳା ପ୍ରଦର୍ଶନ କରିବା ଅଭିଯୋଗ ହୋଇଥିବାରୁ ରାଜ୍ୟସଭା ଅଧ୍ୟକ୍ଷ ସ୍ବାଧିକାର କମିଟିକୁ ସେମାନଙ୍କ ଆଚରଣ ଉପରେ ଯାଞ୍ଚ କରିବା ପାଇଁ ଆଦେଶ ଦେଇଥିବା ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ କୁହାଯାଇଛି। ଫେବ୍ରୁଆରି ୧୮ ତାରିଖରେ ଉକ୍ତ ରାଜ୍ୟସଭା ବୁଲେଟିନ ପ୍ରକାଶ ପାଇଛି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..