ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପତି ନିକ୍ ଜୋନସଙ୍କୁ ନେଇ ବଲିଉଡ୍ଠାରୁ ହଲିଉଡ୍ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥାନ୍ତି । ଦେଶୀ ଗର୍ଲ ପ୍ରିୟଙ୍କା ଅଧିକାଂଶ ସମୟରେ ଶାଶୁ ଘରେ ଅର୍ଥାତ୍ ଆମେରିକାରେ କଟାଉଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ପ୍ରିୟ୍ଙ୍କା ମଝିରେ ମଝିରେ କିଛି ଭିଡିଓ ଓ ଫଟୋ ଶେୟାର କରି ପ୍ରଶଂସକଙ୍କ ମନ କିଣୁଛନ୍ତି । ଅଧିକାଂଶ ସମୟରେ ପ୍ରିୟଙ୍କା ତାଙ୍କ ପତି ନିକ୍ ଜୋନସଙ୍କ ସହ ଲଞ୍ଚ ବା ଡିନର କରୁଥିବାର ଭିଡିଓ କିଛିଦିନ ହେବ ଶେୟାର ହେଉଥିବା ଦେଖିବାକୁ ମିଳୁଛି । ନିକଟରେ ସେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି ଯେଉଁ ଭିଡିଓଟି ଉଭୟ ଲଞ୍ଚ କରୁଥିବା ସମୟର ବୋଲି ଜଣାପଡୁଛି । ଏଥିରେ ପିସିଙ୍କ ମା’ ମଧୁ ଚୋପ୍ରା ବି ନଜର ଆସିଛନ୍ତି । ଭିଡିଓରେ ମଧୁ ଚୋପ୍ରା ପ୍ରିୟଙ୍କା ଓ ନିକଙ୍କ ପାଇଁ ଖାଦ୍ୟ ବଢାଇ ଦେଉଥିବା ବେଳେ ଏହି କପୁଲ କିନ୍ତୁ କୌଣସି ଏକ ସିରିୟସ କଥାରେ ବ୍ୟସ୍ତ ରହି ଆଲୋଚନା କରୁଛନ୍ତି । ଆଉ ସବୁ ସରିବା ପରେ ପିସି ସମ୍ପୂର୍ଣ୍ଣ ଭାବେ ରୋମାଣ୍ଟିକ ଅନ୍ଦାଜରେ ନିକଙ୍କୁ କିସ୍ କରୁଥିବା ଦେଖାଯାଇଛି । ଆଉ ଭିଡିଓର ଏହି ଅଂଶଟି ତାଙ୍କ ସାଙ୍ଗସାଥି ତଥା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ତେବେ ପ୍ରିୟଙ୍କାଙ୍କ ରୋମାଣ୍ଟିକ୍ ମୁଡ୍କୁ ନେଇ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ଏହାହିଁ ଭଲପାଇବା ।
Discussion about this post