ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ବାଧୀନତା ଦିବସ ପୂର୍ବରୁ ଶନିବାର ଦେଶବାସୀଙ୍କୁ ସମ୍ବର୍ଧନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୭୫ ତମ ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ଏହା ସହିତ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଦିନ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ଦିନ । ଚଳିତ ବର୍ଷ ସ୍ବାଧୀନତା ଦିବସର ବିଶେଷ ମହତ୍ତ୍ବ ରହିଛି କାରଣ ଏହି ବର୍ଷ ଆମେ ସମସ୍ତେ ସ୍ବାଧୀନତାର ୭୫ ତମ ବର୍ଷ ତଥା ଅମୃତ ବର୍ଷ ପାଳନ କରୁଛେ । ପରାଧୀନତାରୁ ମୁକ୍ତି ହେବାର ଏହା ପର୍ବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ‘କାହିଁ କେତେ ପିଢିର ବଳିଦାନ ପରେ ଆମ ସ୍ବାଧୀନତାର ସ୍ବପ୍ନ ସାକାର ହୋଇଥିଲା । ସମସ୍ତ ମହାପୁରୁଷଙ୍କ ତ୍ୟାଗ ଏବଂ ବଳିଦାନର ବିଜୟ ହୋଇଥିଲା । ମୁଁ ସେହି ସମସ୍ତ ମହାତ୍ମା ମାନଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି ।’ ଅଲିମ୍ପିକ୍ସରେ ଖେଳାଳିଙ୍କ ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଛି । ଅଲିମ୍ପିକରେ ମହିଳା ଖେଳାଳିଙ୍କ ପ୍ରଦର୍ଶନ ବିକଶିତ ଭାରତର ଝଲକ । ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତାଙ୍କୁ ଚା’ ପିଇବାକୁ ଡାକିଥିଲେ ରଷ୍ଟ୍ରପତି ରାମ ନାଥ କୋବିନ୍ଦ । ଟୋକିଓ ଅଲିମ୍ପିକ୍ସରେ ଦେଶର ଗର୍ବ ଆଉ ଗୌରବ ବଢ଼ାଇଥିବାରୁ ରାଷ୍ଟ୍ରପତି ସେମାନଙ୍କୁ ଅଭିନନ୍ଦନ ଜଣାଇଲେ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଅଲିମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଆଥ୍ଲେଟ୍ଙ୍କୁ ଶୁଭେଚ୍ଛା । ସମସ୍ତେ ଉତ୍ତମ ପ୍ରଦର୍ଶନ କରିଛନ୍ତି । କିଛି ଆଥ୍ଲେଟ୍ ପଦକ ବିଜୟ ହୋଇଛନ୍ତି ଆଉ କିଛି ସାହସର ସହିତ ସାମ୍ନା କରି ପରାଜିତ ହୋଇଛନ୍ତି । କିନ୍ତୁ ସାରା ଦେଶର ହୃଦୟ ଜିତିଛନ୍ତି ।
୧୩୦ କୋଟି ଲୋକଙ୍କ ପ୍ରାର୍ଥନା ତାଙ୍କ ପାଇଁ ରହିଛି । ଏହି ଟିମ୍ ଏଥର ଇତିହାସ ରଚିଛି । ଭାରତକୁ ସର୍ବାଧିକ ପଦକ ଉପହାର ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି, ଆମ ଝିଅ ମାନଙ୍କ ପାଇଁ ଆମେ ବେଶି ଗର୍ବିତ । କାରଣ ସେମାନଙ୍କ ଅଗରେ ଅନେକ ଚ୍ୟାଲେଞ୍ଜ ଥିଲେ ମଧ୍ୟ ତାକୁ ସାହସର ସହ ସାମ୍ନା କରି ଦେଶ ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି । କୋଭିଡ ଯୋଦ୍ଧାମାନଙ୍କୁ ମନେପକାଇଛନ୍ତି ରାଷ୍ଟ୍ରପତି । ଦେଶରେ କରୋନା ମହାମାରୀ ସମୟରେ କରୋନା ଯୋଦ୍ଧା, ତଥା ଆଗ ଧାଡିର ଯୋଦ୍ଧାମାନେ ଯେଉଁଭଳି ଭାବେ ଆଗକୁ ଆସି କାମ କରୁଛନ୍ତି ତାହା ପ୍ରଶଂସନୀୟ । ପୁରା ଦେଶ କୋଭିଡ ଯୋଦ୍ଧାଙ୍କ କାମକୁ କେବେ ଭୁଲିବ ନାହିଁ । ଭାରତରେ ଏବେ ଟିକାକରଣ ଦୃତ ଗତିରେ ଜାରି ରହିଛି । ଯାହାକି ଏକ ଉଲ୍ଲେଖ୍ୟନୀୟ କାର୍ଯ୍ୟ । ବୈଜ୍ଞାନିକଙ୍କ କାର୍ଯ୍ୟକୁ ନେଇ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। କମ୍ ସମୟରେ ଟିକା ବାହାର କରିଥିବାରୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ |
Discussion about this post