ରିପୋର୍ଟ କାର୍ଡ / ସମ୍ବଲପୁର
ନାକ୍ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ ନେବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ବୁଲୁ ମହାରଣାଙ୍କୁ ଗତ ୧ ତାରିଖ ସିବିଆଇ ଗିରଫ କରିଥିଲା। ସେହିଦିନ ତାଙ୍କ ଘର ସିଲ୍ କରିବା ପରେ ୪ ତାରିଖ ସିବିଆଇ ଦଳ ପ୍ରଫେସର ମହାରଣାଙ୍କ ଘରେ ପହଞ୍ଚି ତଦନ୍ତ କରିବାପରେ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସାଙ୍ଗରେ ନେଇଯାଇଥିଲେ। ଗତକାଲି ସମ୍ୱଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ମିଶ୍ରଙ୍କ ନିର୍ଦେଶକ୍ରମେ ପ୍ରଫେସର ମହାରଣାଙ୍କୁ ନିଲମ୍ୱିତ କରାଯାଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟର ଷ୍ଟାଚ୍ୟୁଟ୍ ୨୯୯ ମୁତାବକ ଏହି ନିଲମ୍ବନ କରାଯାଇଛି ବୋଲି ବିଶ୍ବବିଦ୍ୟାଳୟ କୁଳ ସଚିବ ଡଃ ନୃପରାଜ ସାହୁଙ୍କ ହସ୍ତାକ୍ଷର ଥିବା ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସ୍ଥିତ ୱାଦେଶ୍ୱରମ୍ ଶିକ୍ଷାନୁଷ୍ଠାନକୁ ଏ++ ରେଟିଂ ଦେବା ପାଇଁ ନାକ୍ ପିୟର କମିଟି ଦଳ ଲାଞ୍ଚ ମାଗିଥିଲେ। ଏହା ଜଣାପଡିବା ପରେ ସିବିଆଇ ତଦନ୍ତକରି ୧୦ ଜଣଙ୍କୁ ଗିରଫ କରିଥିଲା, ଉକ୍ତ ଦଳରେ ରହିଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ବୁଲୁ ମହାରଣାଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….