ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାରିବାରିକ କଳହ ନେଇ ଯାଇଛି ଜୀବନ । ପୁଅ ନିଜ ବୃଦ୍ଧ ବାପାକୁ ହତ୍ୟା କରିଛି । ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ବାପାକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରିଛି ପୁଅ। ମୃତକ ହେଉଛନ୍ତି ସୁନୀଲ ଚୌଧୁରୀ । ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ। ତାଙ୍କ ପୁଅ ମଧ୍ୟ ଏକ ଘରୋଇ ଲ’ କଲେଜରେ ଜଣେ ଫ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହେବା ପରେ ନିଜ ହିତାହିତ ଜ୍ଞାନ ହରାଇ ପୁଅ ବାପାକୁ ହତ୍ୟା କରିଥିବା ପଡ଼ୋଶୀଙ୍କ ସୂତ୍ରରୁ ପ୍ରକାଶ। ଖବର ପାଇ ମଞ୍ଚେଶ୍ୱର ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏଥିସହ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ |






More Stories
ଯିଏ ଶୃଙ୍ଖଳା ଭାଙ୍ଗିବ କାର୍ଯ୍ୟାନୁଷ୍ଠାନ……
ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ…..
ସକାଳୁଆ ସ୍କୁଲ…..