ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପତି କିମ୍ବା ପତ୍ନୀ କେହି କାହାରିକୁ ଦୀର୍ଘଦିନ ଧରି କାରଣ ନଥାଇ ଯୌନ ସଂପର୍କ ରଖିବାକୁ ସୁଯୋଗ ନଦେବା ଏକ ପ୍ରକାର ମାନସିକ ନିର୍ଯାତନା ବା ନିଷ୍ଠୁରତା। ଆହ୍ଲାବାଦ ହାଇକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି। ସୂଚନା ଅନୁଯାୟୀ, ବାରଣାସୀ ବାସିନ୍ଦା ରବୀନ୍ଦ୍ର ପ୍ରତାପ ଯାଦବଙ୍କ ବିବାହ ବିଚ୍ଛେଦ ପିଟିସନକୁ ପରିବାର ଅଦାଲତ ଖାରଜ କରିଦେଇଥିବାରୁ ଏହା ବିରୋଧରେ ସେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। ରବୀନ୍ଦ୍ରଙ୍କ ପତ୍ନୀ ତାଙ୍କ ସହ ବାସ କରିବାକୁ ମନା କରିବା ଏବଂ ବୈବାହିକ ଜୀବନର ଦାୟିତ୍ବ ସଂପାଦନ କରୁ ନଥିବାରୁ ସେ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ଆବେଦନ କରିଥିଲେ। ଚଳିତ ମାସ ୧୬ ତାରିଖରେ ବିଚାରପତି ସୁନୀତ କୁମାର ଏବଂ ବିଚାରପତି ରାଜେନ୍ଦ୍ର କୁମାରଙ୍କ ଖଣ୍ଡପୀଠ ଉକ୍ତ ବିବାହ ବିଚ୍ଛେଦକୁ ଅନୁମତି ଦେବା ସହିତ କହିଛନ୍ତି ଯେ ପରିବାର ଅଦାଲତ ଏକ ହାଇପର ଟେକ୍ନିକାଲ ଆଭିମୁଖ୍ୟ ଗ୍ରହଣ କରି ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..