ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ସାଙ୍ଗକୁ ହିଂସା ଘଟଣା ଦେଖିବାକୁ ମିଳିଥିଲା । ୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୧ ବୁଥରେ ରି-ପୋଲ ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିପରି ପୁରୀ ଓ ଭଦ୍ରକରେ ୫ ଲେଖାଏଁ, ଢେଙ୍କାନାଳରେ ୪ ବୁଥରେ ରି-ପୋଲ୍ ପ୍ରସ୍ତାବ ଦିଆଯାଇଛି । ଏନେଇ ଜିଲ୍ଲାପାଳମାନଙ୍କଠାରୁ ନିର୍ବାଚନ କମିଶନରଙ୍କ ପାଖକୁ ପ୍ରସ୍ତାବ ଆସିଛି । ପ୍ରସ୍ତାବକୁ ନେଇ ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରି ନିଷ୍ପତ୍ତି ନେବେ । ପୁନଃ ମତଦାନ ପ୍ରସ୍ତାବକୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
More Stories
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..