Report Card Odisha

| Daily Odia News

“ମୋର ଯେଉଁ ଯୁବ ବନ୍ଧୁଗଣ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ଅଭିନନ୍ଦନ:ପ୍ରଧାନମନ୍ତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିବିଏସଇ ଦ୍ୱାଦଶଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କୁ ଯୁବବନ୍ଧୁ ଭାବେ ସମ୍ବୋଧନ କରି ସେ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। କ୍ରମାଗତ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୋର ଯେଉଁ ଯୁବ ବନ୍ଧୁଗଣ ସଫଳତାର ସହ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ଅଭିନନ୍ଦନ। ମୁଁ ସେମାନଙ୍କ ଉଜ୍ଜଳ ଓ ସୁଖୀ ଭବିଷ୍ୟତ କାମନା କରୁଛି। ଯେଉଁମାନେ ଅନୁଭବ କରୁଛନ୍ତି ଯେ ସେମାନେ ଆହୁରି ଅଧିକ ପରିଶ୍ରମ କରି ଭଲ ଫଳାଫଳ ଆଣିପାରିଥାନ୍ତେ ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ସେମାନେ ନିଜ ଅଭିଜ୍ଞତାରୁ ଶିଖନ୍ତୁ ଓ ମଥା ଉଚ୍ଚକରି ଚାଲନ୍ତୁ । ଏକ ଉଜ୍ଜଳ ଓ ସୁଯୋଗ ପୂର୍ଣ୍ଣ ଭବିଷ୍ୟତ ଆପଣମାନଙ୍କୁ ଅପେକ୍ଷା କରିଛି। ଆପଣ ପ୍ରତ୍ୟେକ ଜଣେ ଜଣେ ମେଧାଶକ୍ତିର ଗନ୍ତାଘର । ସବୁବେଳେ ମୋର ସନ୍ଦିଚ୍ଛା ରହିଛି। ଯେଉଁମାନେ ଚଳିତବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଛନ୍ତି ସେମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ତାହା କରିଛନ୍ତି। ବିଗତ ବର୍ଷଗୁଡିକରେ ଶିକ୍ଷା ଜଗତ ଅନେକ ପରିବର୍ତ୍ତନ ଦେଖିଛି। ତଥାପି ସେମାନେ ସେଥିରେ ନିଜକୁ ଖାପଖୁଆଇ ସେମାନଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। ସେମାନଙ୍କ ଲାଗି ଆମେ ଗର୍ବିତ।”

Breaking News