ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଧାବିକା ପିଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏସନ୍ର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଇଓଏର ସଭାପତି ଚୟନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟ ସୀମା ୨୭ ନଭେମ୍ବର ଅର୍ଥାତ ରବିବାର ଶେଷ ହୋଇଥିଲା । ପିଟି ଉଷା ହିଁ ଏକମାତ୍ର ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସେ ପ୍ରଥମ ଅଲିମ୍ପିଆନ ଭାବେ ଆଇଓଏ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୯୮୪ ଅଲିମ୍ପିକ୍ସର ୪୦୦ ମିଟର ହଡଲ୍ସରେ ସେ ଅଳ୍ପକେ ପଦକ ହରାଇଥିଲେ । ମାତ୍ର ୧/୧୦୦ ସେକେଣ୍ଡ ପାଇଁ ପଦକ ଜିତି ପାରି ନଥିଲେ । ଏସୀୟ କ୍ରୀଡାରେ ୪ଟି ସ୍ୱର୍ଣ୍ଣ,୭ ରୌପ୍ୟ ଜିତି ଇତିହାସ ରଚିଥିଲେ ।






More Stories
ବିଷାକ୍ତ ଗ୍ୟାସ ଲିକ୍ ,ଦୁଇ ମୃତ ,୧୦,୦୦୦ ପ୍ରଭାବିତ…..
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..