ରିପୋର୍ଟ କାର୍ଡ / ପୁରୀ
ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଏଏସଆଇର ଗର୍ଭଗୃହ ଯାଞ୍ଚ । ଏଥିପାଇଁ ଭାରାବନ୍ଧା ଚାଲିଛି । ଏଏସଆଇର ଵୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଅନୁଧ୍ୟାନ କରାଯାଇ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ। ସେହିପରି ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଇଛି ଅନୁମତି। କିନ୍ତୁ ଗର୍ଭଗୃହର ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇନାହିଁ । କେବଳ ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର ସ୍କାନିଂ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଲେଜର ସ୍କାନିଂ ପାଇଁ ସେବାୟତ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ରୂପାଦ୍ୱାର ଗୋଟିଏ ପରେ ଗୋଟିଏ କରାଯିବ। ଏଥିପାଇଁ ସେବାୟତ ମାନଙ୍କ ସହଯୋଗରେ ଏହି କାର୍ଯ୍ୟ କରାଯିବ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….