ରିପୋର୍ଟ କାର୍ଡ / ପୁରୀ
ପୁରୀ ସମୁଦ୍ରରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି | ଏଭଳି ଘଟଣା ଘଟିଛି ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ । ସଂଗୃହିତ ଭିଡିଓରୁ ମହିଳାଙ୍କ ବୟସ ୩୦ରୁ ୩୫ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ସେଠାରେ ଚଳପ୍ରଚଳ କରୁଥିବା ଲୋକେ ଓ ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାର କରିଛନ୍ତି। ସମ୍ପୃକ୍ତ ମହିଳାଙ୍କ ପରିଚୟ ମିଳିପାରିନ ଥିବା ବେଳେ ତାଙ୍କ ପାଖରେ କେହି ସମ୍ପର୍କୀୟ ନ ଥିବା ଜଣାପଡିଛି। ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ପ୍ରାୟ ୧ ଘଣ୍ଟା ପୂର୍ବରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ପହଂଚି ନଥିବା ସୂଚନା ମିଳିଛି।






More Stories
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଘୋଷଣା…..
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….
କାଲି ମିଳିବ ସୁଭଦ୍ରା ଟଙ୍କା…..