ରିପୋର୍ଟ କାର୍ଡ / ପୁରୀ
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କରୋନା କଟକଣା କଡାକଡି ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ପୋଲିସ ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେରଖି ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଆଜି ସ୍ବତନ୍ତ୍ର ଅଭିଯାନ ଚଳାଇଛି ପୁରୀ ପୋଲିସ । ତେବେ ପୁରୀ ପୋଲିସ ସାଧାରଣ ଜନତାଙ୍କ ନିକଟରେ ଅପିଲ କରିଛି ଯେ, ଜଗା ଦର୍ଶନ ପାଇଁ ପୁରୀ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧନ୍ତୁ। ମାସ୍କ ପିନ୍ଧି ନଥିଲେ ଜରିମାନା ଦେବାକୁ ପଡ଼ିବ। ମାସ୍କ ଯାଂଚ ନେଇ ପୋଲିସ ଏବେ ସ୍ପତନ୍ତ୍ର ଅଭିଯାନ ଚଳାଇଛି। ତେଣୁ ମାସ୍କ ପିନ୍ଧି ଜରିମାନା ଦେବାରୁ ମୁକ୍ତ ରୁହନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସ୍ବତନ୍ତ୍ର ଅଭିଯାନ ନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ଆଦେଶ ଦେଇଥିିଲେ। ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପରେ ଡିଜିପି ରାଜ୍ୟର ସମସ୍ତ ଏସ୍ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ବତନ୍ତ୍ର ଅଭିଯାନ ସମୟରେ ଲୋକେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ କିଭଳି ଭାବେ ପାଳନ କରୁଛନ୍ତି, ସେନେଇ କଡ଼ା ନଜର ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିିଲେ। ଏସଂପର୍କରେ ଆଇନଶୃଙ୍ଖଳା ଏଡିଜିଙ୍କୁ ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି।
More Stories
କରୋନା ଗାଇଡଲାଇନ୍ ଜାରି, ମାସ୍କ ବାଧ୍ୟତାମୂଳକ……
ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍ ନଂ ଜାରି…..
୨୦ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ…..