ରିପୋର୍ଟ କାର୍ଡ / ପୁରୀ
ପାଟ୍ରୋଲିଂ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ଜେନାକୁ ପୋଲିସ ଧରିଛି। ଘଟଣା ଘଟିଛି ପୁରୀ ଜିଲ୍ଲା ହାଟଡେଲାଙ୍ଗ କୁଆପଦା ରାସ୍ତାରେ। ସୁନିଲ ଜେନାଠାରୁ ବନ୍ଧୁକ ସହ ୨ଟି ଗୁଳି ଜବତ କରିଛି ପୋଲିସ । ମଙ୍ଗଳବାର ରାତିରେ ଡେଲାଙ୍ଗଥାନା ପୋଲିସ ହାଟଡେଲାଙ୍ଗ କୁଆପଦା ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସୁନିଲ ଓ ତାର ସହଯୋଗୀ ସେହି ରାସ୍ତା ଦେଇ ବାଇକରେ ଯାଉଥିଲା। ପୋଲିସ ପାଟ୍ରୋଲିଂ ଦେଖି ସୁନିଲ ଖସି ଯିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ତାକୁ ଧରିଥିଲା। ପରେ ପୋଲିସ ବନ୍ଧୁକ ସହ ୨ଟି ଗୁଳି ଜବତ କରିଛି। ପୋଲିସ ସୁନିଲକୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..