ରିପୋର୍ଟ କାର୍ଡ / ପୁରୀ
ମାଟ୍ରିମୋନି ସାଇଟରେ ଜୀବନ ସାଥୀ ଖୋଜୁଥିଲେ ସାବଧାନ | ବର ଯେମିତି ବି ହେଉ ଚଳିବ। କେବଳ ଯାହା ଭଲ ରୋଜଗାର କରୁଥିବା ଦରକାର। ଏପରିକି ବିବାହ ଛାଡ଼ପତ୍ର ପାଇଥିଲେ ବି କିଛି ଅସୁବିଧା ନାହିଁ ବୋଲି ଜାଣିବା ପରେ ମାନସ ରଞ୍ଜନ ପଣ୍ଡା ନାମକ ଜଣେ ଯୁବକଙ୍କ ଇଚ୍ଛା ଥିଲା। ହେଲେ ମାନସଙ୍କ ସହ ଓଲଟା ଘଟିଛି । ଦୀପାବଳି ପ୍ରଧାନ ନାଁରେ ଏହି ଅଜଣା ଯୁବତୀଙ୍କ ଫଟୋ ରଖି ମାନସଙ୍କୁ ଲୁଟେରା ଲୁଟିଛନ୍ତି ୩ ଲକ୍ଷ ୧୮ ହଜାର ଟଙ୍କା। ପୁରୀ ସଦର ଥାନା ଅଞ୍ଚଳର ନୃସିଂହ ବିଶ୍ୱାଳ ଚୁନ ଲଗାଇଛି ।ଏହା ପରେ ନୃସିଂହ କୁ ଗିରଫ କରିଛି କମିଶନରେଟ୍ ପୋଲିସ । ନୃସିଂହ ବିଶ୍ୱାଳ ପାଠପଢ଼ିଛି ମାତ୍ର ନବମ ଯାଏଁ। ନବମ ପଢୁଆ ନୃସିଂହ ହିଁ ମ୍ୟାଟ୍ରିମୋନି ସାଇଟରେ ଲଗାଇଥିଲା ଅଜଣା ଯୁବତୀଙ୍କ ଏହି ଫଟୋ। ଆଉ ତାକୁ ନାଁ ଦେଇଥିଲା ଦୀପାବଳି ପ୍ରଧାନ। ଫଟୋ ସହ ପ୍ରୋଫାଇଲ୍ ଦେଖି ମୋହି ଯାଇଥିଲେ ମାନସ ରଞ୍ଜନ। ଏପରିକି ବାହାଘର ପାଇଁ ଡିଲ୍ ବି ଫାଇନାଲ୍ ହୋଇଗଲା। ତା’ପରେ ଚାଟିଂ ସହ ଜଣେ ମହିଳା ଦୀପା ନାଁରେ କଥା ହେଉଥିଲେ ଫୋନ କଲରେ। ଆଉ ବିଶ୍ୱାସ ଜନ୍ମିବା ପରେ ଆରମ୍ଭ ହୋଇଥିଲା ଅସଲ ଉଦ୍ଦେଶ୍ୟ। ବାପା ଅସୁସ୍ଥ ଦର୍ଶାଇ ଅନଲାଇନରେ ଆଦାୟ କରିଥିଲା ୩ ଲକ୍ଷ ୧୮ ହଜାର ଟଙ୍କା। ତେବେ ଟଙ୍କା ପାଇବା ପରେ ଫୋନ୍ ଲାଗିନଥିଲା କି ଯୋଗାଯୋଗ ସମ୍ଭବ ହୋଇନଥିଲା। ଶେଷରେ ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ କରି କମିଶନରେଟ୍ ପୋଲିସ ପୁରୀ ଭାତକୁଡି ଗାଁର ନୃସିଂହକୁ ଗିରଫ କରିଛି। ତା’ସହ ଲକ୍ଷେ ୬୧ ହଜାର ଟଙ୍କା, ୫ଟି ଏଟିଏମ କାର୍ଡ, ୨ଟି ସିମ୍ ଏବଂ ୩ଟି ମୋବାଇଲ୍ ଜବତ କରିଛି। ମାଟ୍ରିମୋନି ସାଇଟକୁ ଆଧାରକରି ଏଭଳି ଲୁଟୁଛନ୍ତି ଲୁଟେରା |






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..