Report Card Odisha

| Daily Odia News

କଠିନ ପରିଶ୍ରମ-ଦୃଢ଼ ଆତ୍ମବିଶ୍ବାସ ସଫଳତାର ଚାବିକାଠି….

ରିପୋର୍ଟ କାର୍ଡ / ପୁରୀ

ତାଳବଣିଆ ଇନ୍‌ଡୋର୍‌ ଷ୍ଟାଡିୟମଠାରେ ‘ନୂଆ-ଓ’ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏଥିରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କଠାରୁ ସୁବିଧା ଅସୁବିଧା ବୁଝିଥିଲେ। ପ୍ରାୟ ୮୪୪ କୋଟି ଟଙ୍କାରେ ଚାଲିଥିବା ମହାବିଦ୍ୟାଳୟ ରୂପାନ୍ତର, ମେଡିକାଲ୍‌ କଲେଜ ଆଦି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ତୁରନ୍ତ କାମ ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ, କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ବାସ ସଫଳତାର ଚାବିକାଠି। ନୂଆ-ଓ ଏଭଳି ଏକ କାର୍ଯ୍ୟକ୍ରମ, ଯାହା ଶିକ୍ଷା ସହ ଅନ୍ୟାନ୍ୟ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କ ପ୍ରତିଭା ବିକାଶର ଭିତ୍ତିଭୂମି ଯୋଗାଇ ଦେଉଛି। ଏହି ଅବସରରେ ସେ ସଫଳ ବ୍ୟକ୍ତିତ୍ବ ଭାବେ ପୁରୀ ଜିଲ୍ଲାର ଅବସରପ୍ରାପ୍ତ ଆଇଏଏସ୍‌ ପ୍ରସନ୍ନ କୁମାର ହୋତା, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଗୋପାଳ ନନ୍ଦ, ଅଲିମ୍ପିକ୍ସ ଖେଳାଳି କିଶୋର ଜେନା, ପାରା ଅଲିମ୍ପିକ୍ସ ଖେଳାଳି ଜୟନ୍ତୀ ବେହେରା, ଆଇଏଫଏସ୍‌ ମଳୟ କୁମାର ମିଶ୍ର, ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ରଙ୍କ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାରେ ୫୩.୫୦ କୋଟି ଟଙ୍କା ବିନିଯୋଗରେ ୫୫ଟି ସରକାରୀ କଲେଜ, ଅନୁଦାନପ୍ରାପ୍ତ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତରୀକରଣ ଚାଲିଥିବା ବେଳେ ମାର୍ଚ୍ଚ ଭିତରେ ଏହି କାମ ସାରିବାକୁ ଅଧିକାରୀମାନଙ୍କୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

Breaking News