Report Card Odisha

| Daily Odia News

ମେ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରର ଦର୍ଶନ ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ କଟକଣା ଲାଗିଛି । ମେ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି । ଆଜି ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଶ୍ରଦ୍ଧାଳଙ୍କ ଦର୍ଶନ ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଥିଲେ ସେବାୟତ । ସେହିପରି ଦର୍ଶନ ବନ୍ଦ ରହିଲେ ମଧ୍ୟ ନିର୍ବିଘ୍ନରେ କାଳିଆର ନୀତିକାନ୍ତି ହୋଇପାରିବ । ଏନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ଅନ୍ୟପଟେ ଶ୍ରୀମନ୍ଦିର ପାଇଁ ମଧ୍ୟ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ଅନ୍ୟପଟେ ପଶ୍ଚିମବଙ୍ଗରେ କୋଭିଡ୍‌-୧୯ ର ଟ୍ରିପଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଚିହ୍ନଟ ହେବା ପରେ ସତର୍କ ହୋଇ ପୁରୀ ଜିଲ୍ଲା ପ୍ରଶାସନ ଶନିବାର ପୁରୀର ସମସ୍ତ ହୋଟେଲ, ରହଣି ସ୍ଥାନ ଏବଂ ଧର୍ମଶାଳା ଉପରେ ଚଢାଉ କରିଛି। ପୁରୀ ସବ୍-କଲେକ୍ଟର କହିଛନ୍ତି ଯେ ପର୍ଯ୍ୟଟକମାନଙ୍କର ବିଶେଷ କରି ପଶ୍ଚିମବଙ୍ଗରୁ ଆସୁଥିବା ପର୍ଯ୍ୟଟକଙ୍କ ଆର୍‌ଟି- ପିସିଆର୍‌ ରିପୋର୍ଟ ଯାଞ୍ଚ କରାଯାଉଛି। ପଡୋଶୀ ରାଜ୍ୟରୁ କୌଣସି ପର୍ଯ୍ୟଟକଙ୍କୁ ହୋଟେଲ ଏବଂ ରହଣିରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଦର୍ଶାଇ ସେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ୧୪ ଦିନ ମାଗଣା କିମ୍ବା ଦେୟଯୁକ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯିବ।

Breaking News