ରିପୋର୍ଟ କାର୍ଡ / ପୁରୀ
ପୁରୀ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ମିଳିସାରିଛି ଉଭୟ ସାଇଟ୍ କ୍ଲିଅରାନ୍ସ ଓ ନୀତିଗତ ମଞ୍ଜୁରି। ଏନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରପା ରାମ ମୋହନ ରାଇଡୁ।କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରପା ରାମ ମୋହନ ରାଇଡୁ କହିଛନ୍ତି ବର୍ଷକୁ ୪.୬ ମିଲିୟନ ଯାତ୍ରୀ ପରିବହନ କ୍ଷମତା ବିଶିଷ୍ଟ ହେବ ବିମାନ ବନ୍ଦର । ଗ୍ରୀନ ଫିଲ୍ଡ ଏୟାରପୋର୍ଟ ନୀତି ଅନୁଯାୟୀ ଭୂମି ଅଧିଗ୍ରହଣ ଠାରୁ ଆରମ୍ଭ କରି ପରିବେଶ ମଞ୍ଜୁରି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାୟିତ୍ୱରେ ଅଛି । ପ୍ରତିରକ୍ଷା ମନ୍ତ୍ରଣାଳୟର କୌଣସି ଆପତ୍ତି ନାହିଁ। ୨୦୨୩ ସେପ୍ଟେମ୍ବରରେ ସାଇଟ୍ କ୍ଲିଅରାନ୍ସ ମିଳିଛି । ଠିକ୍ ସେହିପରି ୨୦୨୫ ମେ ୬ ତାରିଖରେ ରାଜ୍ୟ ସରକାରଙ୍କୁ ନୀତିଗତ ମଞ୍ଜୁରି ମଧ୍ୟ ମିଳିସାରିଛି। ଚଳିତ ବର୍ଷ ଜୁନରେ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଦ୍ଵାରା ବିମାନବନ୍ଦର ପ୍ରକଳ୍ପ ପାଇଁ ପରିବେଶଗତ ମଞ୍ଜୁରି ସୁପାରିଶ କରାଯାଇଛି। ବିମାନ ସଂଯୋଗୀକରଣ ଫଳରେ ଅର୍ଥନୀତିରେ ୩.୨୫ ଏବଂ ନିଯୁକ୍ତି କ୍ଷେତ୍ରରେ ୬.୧ ଗୁଣ ବଢିବ ବୋଲି କୁହାଯାଉଛି।






More Stories
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..