Report Card Odisha

| Daily Odia News

୫ରୁ ଚାଲିବ ପୁରୀ-ବଡ଼ବିଲ୍‌ ‌ଏକ୍ସପ୍ରେସ୍‌……

ରିପୋର୍ଟ କାର୍ଡ / ଭୁବନେଶ୍ବର

ପୁରୀ-ବଡ଼ବିଲ-ପୁରୀ ଏକ୍ସପ୍ରେସ୍‌ (୧୮୪୧୬/୧୮୪୧୫)କୁ ପୁରୀରୁ ଓ ମେ’ ୬ରୁ ବଡ଼ବିଲରୁ ପୁଣିଥରେ ଆରମ୍ଭ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌-୧୯ ଯୋଗୁଁ ଏହି ଟ୍ରେନ୍‌ ସେବା ଉପରେ କଟକଣା ଲା‌ଗିଥିଲା। ଏବେ କରୋନା ସ୍ଥିତିରେ ସୁଧାର ଆସିବା ପରେ ପୁଣିଥରେ ସେବା ଚାଲୁ କରିବାକୁ ସ୍ଥିର ହୋଇଛି। ଏହା ମେ’ ୫ତାରିଖ ସକାଳ ୬ଟା ୫ରେ ପୁରୀରୁ ଓ ୬ ତାରିଖ ସକାଳ ୯ଟା ୧୫ରେ ୯ଟା ୧୫ରେ ଛାଡ଼ିବ। ଏହି ଟ୍ରେନ୍‌ରେ ଗୋଟିଏ ଏସି ଚେୟାର୍‌ କାର୍, ୬ଟି ଦ୍ବିତୀୟ ଶ୍ରେଣୀ ଚେୟାର କାର୍‌ ଓ ଦୁଇଟି ଗାର୍ଡ, ଲଗେଜ୍‌ ତଥା ଦ୍ବିତୀୟ ଶ୍ରେଣୀ ଚେୟାର କାର ଉପଲବ୍ଧ ରହିଛି। ପୁରୀ ଓ ବଡ଼ବିଲ ମଧ୍ୟରେ ଏହା ସାକ୍ଷୀଗୋପାଳ, ଡେଲାଙ୍ଗ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯଖପୁରା, ସୁକିନ୍ଦା ରୋଡ୍‌, ବାଘୁଆପାଳ, ଟମକା, ଟାଙ୍ଗିରିଆପାଳ, ଶଗଡ଼ପଟା, ଚିଲିକିଦାରା, ହରିଚନ୍ଦନପୁର, ନୀଳକଣ୍ଠେଶ୍ଵର, ସୀତାବିଞ୍ଜ, ବସନ୍ତପୁର, ନରଣପୁର, କେନ୍ଦୁଝରଗଡ଼, ଗୋଆଲଡ଼ିହ, ପରଜନପୁର, ନୟାଗଡ଼, ଜାରୋଲି, ବାଂଶପାଣି, ମୁର୍ଗା ମହାଦେବ ରୋଡ୍‌, ଦେଓଝର, ଡଙ୍ଗଆପୋସି, ନୂଆମୁଣ୍ଡି ଓ ବଡ଼ଜମଦା ଆଦି ଷ୍ଟେସନ୍‌ରେ ରହଣି କରିବ।

Breaking News