ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୟା’। ବସନ୍ତ ମହୋତ୍ସବ ପରେପରେ ଧାନ ଚାଷ ଉପରେ ନିର୍ଭର କରୁଥିବା ଆମ ରାଜ୍ୟର କୃଷକମାନେ ହଳସୂତ୍ର କରନ୍ତି। ବସନ୍ତ ଋତୁରେ ବର୍ଷାର ଅନୁକୂଳ ପରିସ୍ଥିତି ଅନୁସାରେ ଭୂମିକର୍ଷଣ କରାଯାଇଥାଏ। ଶହଶହ ବର୍ଷ ପୁରୁଣା ପରମ୍ପରା ଅନୁସାରେ ଗୋଟିଏ ନିର୍ଦିଷ୍ଟ ପୁଣ୍ୟତିଥିରେ ଭୂମିପୂଜା ହୁଏ। ବୈଶାଖ ମାସର ଶୁକ୍ଳ ତୃତୀୟା ଦିନଟି ଗୋଟିଏ ଶୁଭଦିନ ହୋଇଥିବାରୁ କୃଷକମାନେ ସେହିଦିନ ଭୂମିପୂଜା ଓ ଶସ୍ୟପୂଜା ସମାହିତ ହୋଇ ଅକ୍ଷୟ ମୁଷ୍ଟିବପନ କରନ୍ତି। ‘ଅକ୍ଷୟ ତୃତୀୟା’ ପରି ଶୁଭଦିନରେ ଉତ୍ତମ ଶସ୍ୟ ଲାଭ କରିବା କାମନାରେ କୃଷିଜୀବୀମାନେ ଅକ୍ଷିମୁଠି ବୁଣି ଦିଅନ୍ତି। ଅକ୍ଷୟ ତୃତୀୟା ତିଥିରେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଏ |






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..