ରିପୋର୍ଟ କାର୍ଡ / ପୁରୀ
ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି। ସରକାର ପୁରୀ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ବଦଳି କରିଛନ୍ତି। ଚଞ୍ଚଳ ରାଣାଙ୍କୁ ପୁରୀର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ଵ ଦିଆଯାଇଛି। ଏବଂ ପିନାକ ମିଶ୍ରଙ୍କୁ ପୁରୀ ଏସ୍ପି ଦାୟିତ୍ଵ ଦିଆଯାଇଛି। ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ଦାୟିତ୍ଵରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଛି। ରଥ ଅଘଟଣ ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଙ୍କୁ ସାଧାରଣ ପ୍ରଶାସନ ବିଭାଗ ଓଏସ୍ଡି ଦାୟିତ୍ଵ ଦିଆଯାଇଛି। ସେହିପରି ପୁରୀ ଏସ୍ପି ବିନିତ୍ ଅଗ୍ରଓ୍ବାଲଙ୍କୁ ବଦଳି କରାଯାଇ ପିନାକ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..