Report Card Odisha

| Daily Odia News

ପୋଲିସ ହେପାଜତରେ ଶ୍ରୀମନ୍ଦିର ଉପରେ ଚଢ଼ିଥିବା ବ୍ୟକ୍ତି…..

ରିପୋର୍ଟ କାର୍ଡ / ପୁରୀ

ପୋଲିସ ହେପାଜତରେ ଶ୍ରୀମନ୍ଦିର ଦଧି ନଉତିରେ ଚଢ଼ିଥିବା ବ୍ୟକ୍ତି | ଶ୍ରୀମନ୍ଦିର ଦଧି ନଉତି ଉପରେ ଚଢ଼ିବା ସହ ସେଠାରେ ଅନେକ ସମୟ ଧରି ବୁଲା ଚଲା କରିଥିଲେ। ବ୍ୟକ୍ତି ଜଣଙ୍କୁ ତଳକୁ ଓହ୍ଲାଇ ଅଣାଯିବା ପରେ ତାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି। ବ୍ୟକ୍ତି ଜଣକ ବୟସ୍କ ଏବଂ ବିଚଳିତ ରହିଥିବାରୁ ତାକୁ କିଛି ସମୟ ପରେ ପଚରା ଉଚରା କରାଯିବ ବୋଲି କହିଛି ପୋଲିସ । ପ୍ରାରମ୍ଭିକ ଭାବରେ ବ୍ୟକ୍ତି ଜଣକ ଛତ୍ରପୁରର ବୋଲି ଦାବି କରିଛି। ତେବେ ପଚରାଉଚରା ସବୁକିଛି ସ୍ପଷ୍ଟ ହେବ। ତେବେ ଏବେ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି ବ୍ୟକ୍ତି ଜଣଙ୍କ କିଭଳି ଭା‌ବେ ପୋଲିସର ସୁରକ୍ଷା ବଳୟକୁ ଭେଦ କରି ଚଢିଲେ । କୁହାଯାଉଛି କି ଚୁନରା ସେବକମାନେ ଯେଉଁ ଶିକୁଳି ବାଟ ଦେଇ ଚଢିଥାନ୍ତି ସେହି ବାଟ ଦେଇ ସେ ଚଢିଥିବା ଖବର ଆସୁଛି । ଏ ନେଇ ପୋଲିସ ଏସପି ପିନାକ ମିଶ୍ର କହିଛନ୍ତି କି, ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଛତ୍ରପୁର ଅଞ୍ଚଳର ହୋଇଥିବାବେଳେ ତାଙ୍କ ନାଁ ମହାରଣା ବୋଲି ଜଣାପଡ଼ିଛି । ବ୍ୟକ୍ତି ଜଣଙ୍କର ବୟସ ୬୦ ବର୍ଷ ହେବ ବୋଲି ଜଣାପଡ଼ିଛି ।

Breaking News