Report Card Odisha

| Daily Odia News

ରାତି ୧ଟାରୁ ଖୋଲିବ ଶ୍ରୀମନ୍ଦିର…..

ରିପୋର୍ଟ କାର୍ଡ / ପୁରୀ

ଇଂରାଜୀ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। କୌଣସି ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଡିସେମ୍ବର ୩୧ ରାତି ୧ଟାରୁ ଦ୍ବାରାଫିଟା ରୁ ଶ୍ରୀମନ୍ଦିରରେ ନୀତି ଆରମ୍ଭ ହେବ। ଏଥିପାଇଁ ମହାପ୍ରଭୁଙ୍କର ୩୧ ତାରିଖରେ ସଅଳ ପହୁଡ଼ କରାଯିବ। ସୂଚନା ଅନୁସାରେ, ରାତି ୧ଟାରୁ ଦ୍ବାର ଫିଟା ସହ ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତି ଚାଲିବ। ତେଣୁ ଶନିବାର ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ନେବେ ଭକ୍ତ। ଏଥିପାଇଁ ବଡ଼ଦାଣ୍ଡ ମଝିରେ ମାର୍କେଟ ଛକଠାରୁ ୨୦ଫୁଟର ଅସ୍ଥାୟୀ ବ୍ୟାରିକେଡ୍‌ କରାଯାଇଛି। ଖରାରୁ ରକ୍ଷା ପାଇଁ ବ୍ୟାରିକେଡ୍‌ ଉପରେ ସାମିଆନା ବନ୍ଧାଯାଇଛି। ଏଥିସହିତ, ୩୧ ତାରିଖ ମଧ୍ୟରାତ୍ରରୁ ବଡ଼ଦାଣ୍ଡକୁ ଭାରିଯାନ ପ୍ରବେଶ ନିଷିଦ୍ଧ କରାଯାଇଛି। ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ୱାନ-ୱେ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି। ତେଣୁ, ଯେଉଁମାନେ ମାର୍କେଟ ଛକରୁ ବାହାରି ସିଂହଦ୍ବାର ଅଭିମୁଖେ ଯିବେ, ସେମାନେ ମନ୍ଦିର ପଛ ପାର୍ଶ୍ବରେ ବୁଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ବାହାରି ମାର୍କେଟ୍‌ ଛକ ଆଡ଼କୁ ଆସିବେ।

 

 

 

Breaking News