ରିପୋର୍ଟ କାର୍ଡ / ପୁରୀ
ପୁରୀ ଜେଲରେ ବିଚାରାଧୀନ କଏଦୀ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି । ଏହି କଏଦୀ ଜଣକ ଦୁର୍ଦ୍ଦାନ୍ତ ଅପରାଧି ପପୁ ବରାଳ। ତାଙ୍କୁ ଜେଲ୍ ଭିତରେ କିଏ କାହିଁକି ହତ୍ୟା ଉଦ୍ୟମ କରିଛି ଜଣାପଡ଼ିନାହିଁ। ତେବେ ଏନେଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଯାଇଛି। କୌଣସି ବିବାଦରୁ ଜେଲ୍ ଭିତରେ ଏଭଳି ଅଭାବନୀୟକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ଜେଲ ଭିତରେ କଏଦୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ସେ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବେକରେ ଷ୍ଟିଜ୍ କରାଯିବା ପରେ ଜେନେରାଲ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଫୋର୍ସ ତାଙ୍କୁ ବେଡ଼ ନିକଟରେ ଜଗି ରହିଛନ୍ତି। ସୂଚନା ଥାଉକି, ଦଦାବଟି ମାମଲାରେ ଚଳିତମାସ ୨୩ ତାରିଖରେ ସମୁଦ୍ରକୂଳ ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିଲେ ପପୁ ବରାଳ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..