ରିପୋର୍ଟ କାର୍ଡ / ପୁରୀ
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ପୁଣି ନୂଆ ମୋଡ ନେଇଛି । ଅଇନଜୀବୀଙ୍କ ପକ୍ଷରୁ ପୁରୀ ଏସଡିଜେଏମ୍ କୋର୍ଟରେ ଦାୟର ହୋଇଥିବା ମାମଲାର ଶୁଣାଣି ହୋଇଛି । କୋର୍ଟ ମାମଲାର ଶୁଣାଣି କରି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ କରିବାକୁ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଜିଲ୍ଳାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସଡିଜେଏମ୍ କୋର୍ଟ । ଏହି ମାମଲାକୁ ନେଇ ପୂର୍ବରୁ ଆଇନଜୀବୀ ଏତଲା ଦେଇଥିଲେ । ମାତ୍ର ଘଟଣାକୁ ଥାନା ଗ୍ରହଣ କରିନଥିଲା । ଏଏସଆଇର ବିନାନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ହେତୁ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ବିରୋଧରେ ସିଆରପିସି ଓ ଅମସାରା ଆଇନ ଅଧିନରେ ଅପରାଧିକ ମାମଲା ରୁଜୁ କରିବାକୁ ଆବେଦନ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ପୁରୀ ଏସଡିଜେଏମ୍ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ କରି କୋର୍ଟ ମାମଲା ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇ ନିର୍ମାଣ ନିମନ୍ତେ କୌଣସି ଅନୁମତି ଦିଆଯାଇ ନଥିବା କୁହାଯାଇଥିଲା।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..