ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ସୁପ୍ରିମକୋର୍ଟ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମାମଲାର ଶୁଣାଣିକରି ଅନ୍ତ ଘଟାଇଛନ୍ତି।ରତ୍ନ ଭଣ୍ଡାର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନାକରିଛନ୍ତି | ସୂଚନା ଅନୁଯାୟୀ, ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ତେବେ ଶ୍ରୀମନ୍ଦିର କିମିଟି ପକ୍ଷରୁ ସତ୍ୟପାଠ ଦାଖଲ ପରେ ଦୀର୍ଘ ୫ ବର୍ଷରେ ୨୬ଟି ଶୁଣାଣି ପରେ ମାମଲାର ଅନ୍ତ ଘଟାଇଛନ୍ତି ସୁପ୍ରିମକୋର୍ଟ। ମାମଲାର ଅନ୍ତ ଘଟାଇଥିଲେ ବି କିଛି ନିର୍ଦ୍ଦେଶ ଅମାନ୍ୟ ଦେଖିଲେ ହାଇକୋର୍ଟରେ ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ତେବେ ନିର୍ଦ୍ଦେଶ ଅନୁପାଳନ ହେଉଛି କି ନାହିଁ ହାଇକୋର୍ଟ ମନିଟର କରିବେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..