ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଲୋକସଭାରେ ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡଙ୍ଗୀ । NMAର ବିନା ଅନୁମତିରେ କାମ ଚାଲିଛି ବୋଲି ଅପରାଜିତା କହିଛନ୍ତି । ଏହାର ଜବାବ ରଖି ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ଅପରାଜିତ ମାଡାମ୍ ଓଡିଶାରେ ଆଇଏଏସ୍ ଅଫିସର ଭାବେ କାମ କରିଛନ୍ତି । ଓଡିଶାରେ ନବୀନ ସରକାରଙ୍କର କୌଣସି ବି କାମ ବିନା ନିୟମରେ ହୁଏନାହିଁ ବୋଲି ସେ ଜାଣିଛନ୍ତି । ତେଣୁ ପୁରା ଭୁଲ୍ କହୁଛନ୍ତି । ଯାହାବି କାମ ହେଉଛି, ତାହା NMAର ଅନୁମତି ଅନୁସାରେ ହେଉଛି । ସେଇଟା ଏଏସ୍ଆଇରେ ମଧ୍ୟ ସାମିଲ ଅଛି । ସେଠାରେ କୌଣସି ଖନନ କାର୍ଯ୍ୟ ହେଉନାହିଁ । ବରଂ ୪ଟି ଶୌଚାଳୟ ନିର୍ମାଣ ଚାଲିଛି । ସେଥିରେ ୨ଟି ପୁରୁଷ ଏବଂ ୨ଟି ମହିଳାଙ୍କ ଲାଗି ।ଜଗନ୍ନାଥଙ୍କ ଉପରେ କୌଣସି ବିପଦ ନାହିଁ । ଏହି ସବୁ ତଥ୍ୟକୁ ଶୁଣିବା ପରେ ଏହା ତଦନ୍ତର ବିଷୟ ବୋଲି କହିଛନ୍ତି ମାନ୍ୟବର ଚେୟାରମ୍ୟାନ୍ ରମା ଦେବୀ ।






More Stories
ଶାହ ଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ…..
ଏମ୍ସ କର୍ମଚାରୀ ହତ୍ୟା ମାମଲା: ମାଷ୍ଟର ମାଇଣ୍ଡ ଗିରଫ…..
ବାହାର ଭୋଟରଙ୍କୁ ନୂଆପଡ଼ା ଛାଡ଼ିବାକୁ ନିର୍ଦ୍ଦେଶ…..