ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ଏପ୍ରିଲ୍ ମାସ ୧୫ ତାରିଖରେ ଚିଲିକା ବୁଲିଯିବେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ। ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ ଘୋଷଣା କରିଛନ୍ତି । କହିଛନ୍ତି ଯେ, ଆସନ୍ତା ୧୫ ତାରିଖ ସମସ୍ତେ ଚିଲିକା ବୁଲିବାକୁ ଯିବେ । ଏଥିଲାଗି ୬ ତାରିଖ ସୁଦ୍ଧା ଇଚ୍ଛୁକ ଥିବା ମନ୍ତ୍ରୀ ଓ ବିଧାୟକମାନମେ ବିଧାନସଭା ସଚିବାଳୟକୁ ଅବଗତ କରିବେ । ୧୫ ତାରିଖ ଦିନ ସକାଳ ୭ଟାରେ ବିଧାନସଭାରେ ସମସ୍ତଙ୍କୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି । ବ୍ରେକ୍ ଫାଷ୍ଟ ପରେ ସମସ୍ତ ଆଇଏନ୍ଏସ୍ ଚିଲିକା ଯିବେ । ସେଠାରେ କାଳିଯାଇ ବୁଲିବେ ଏବଂ ଆଇଏନ୍ଏସ୍ ଚିଲିକାରେ କେମିତି ଯୁଦ୍ଧ ନେଇ ପ୍ରସ୍ତୁତି ହେଉଛି , ତାହା ଦେଖିବେ । ଶେଷରେ ସଂଧ୍ୟା ୬ଟାରେ ସମସ୍ତେ ଘରକୁ ଫେରିବ ।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୧୫ ରୁ ପୁଣି ବସ ବନ୍ଦ !…..