ରିପୋର୍ଟ କାର୍ଡ / ପୁରୀ
୧୦୮ ଗର ଜଳରେ ସ୍ନାନକରି ଜ୍ୱରରେ ପୀଡିତ ହୋଇ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ଆଜି ଅନବସରର ଦ୍ୱାଦଶୀ । ପୁରୀରେ ଆଜି ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦିଆଯିବ। ଦଇତା ସେବକ ଓ ପତି ସେବକମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ରୂପାଥାଳିରେ ଧରି ଶ୍ରୀନଅର ଆସି ଗଜପତିଙ୍କୁ ସୁସ୍ଥତାର ଖବର ଦେବେ। ଏହାକୁ ରାଜପ୍ରାସାଦ ବିଜେ ନୀତି କୁହାଯାଇଥାଏ। ଭୋଗମଣ୍ଡପ ଉଠିବା ପରେ ଏହି ଦ୍ୱାଦଶୀ ନୀତି ସମ୍ପନ୍ନ ହେବ। ଏକାଦଶୀରେ ଦଶମୂଳମୋଦକ ଲାଗି ପରେ ଚତୁର୍ଦ୍ଧାମୂର୍ତ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..