ରିପୋର୍ଟ କାର୍ଡ / ପୁରୀ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ। ଏଣୁ ଆଜି ଶ୍ରୀମନ୍ଦିରରେ ଅଧିକ ସଂଖ୍ୟକ ଭକ୍ତ ଆସିପାରନ୍ତି। ଏଥିପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ୨୨ଦିନ ବନ୍ଦ ପରେ ଗତକାଲିଠାରୁ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସକାଳ ୬ଟାରୁ ରାତି ୯ଟା ମଧ୍ୟରେ ସାଧାରଣ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ହୋଇଛି। ଯେଉଁମାନେ ଡବଲ ଡୋଜ ଟିକା ସାର୍ଟିଫିକେଟ ନଦେଖାଇବେ ସେମାନେ ୯୬ ଘଣ୍ଟା ଭିତରେ କରିଥିବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇବେ। ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି। ପୁରୀ ପୌରାଞ୍ଚଳ ବାସୀ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରୁଛନ୍ତି ।






More Stories
ବଢିବ ଫାସ୍ଟାଗ୍ ବାର୍ଷିକ ଦେୟ…..
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….