ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ପୂର୍ଣ୍ଣିୟା ଲୋକସଭା ଆସନରୁ ସାଂସଦ ହୋଇଥିବା ପପୁ ଯାଦବଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି । ଏହି ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ଦାବି କରିଛି। ପପୁ ଯାଦବଙ୍କ ବ୍ୟକ୍ତିଗତ ସହାୟକ ଏହି ମାମଲାରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସାଂସଦଙ୍କୁ ହ୍ୱାଟସଆପ୍ ଯୋଗେ ଧମକ ଦିଆଯାଇଥିବା ଅଭିଯୋଗ କରି ଏହାର ସ୍କ୍ରିନଶଟ୍ ମଧ୍ୟ ସେୟାର କରିଛନ୍ତି। ଧମକ ଦେଇଥିବା ବ୍ୟକ୍ତି ପପୁ ଯାଦବଙ୍କ ବ୍ୟକ୍ତିଗତ ସହାୟକଙ୍କୁ କହିଥିଲେ ଯେ ପପୁ ଯାଦବ ଲରେନ୍ସ ଗ୍ୟାଙ୍ଗର ବିଲୋପ ବିଷୟରେ କହୁଛନ୍ତି। ହେଲେ ବର୍ତ୍ତମାନ ସେ ନିଜର ଶେଷ ଦିନ ଗଣନା କରନ୍ତୁ। ତାଙ୍କୁ ହତ୍ୟା କରିବା ପାଇଁ ୬ ଜଣଙ୍କୁ ସୁପାରି ଦିଆଯାଇଛି। ତେବେ ଧମକ ଦେଇଥିବା ବ୍ୟକ୍ତି ସେହି ୬ ଜଣଙ୍କ ନାମ ପ୍ରକାଶ କରିନାହିଁ। ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ କହିଛି।ଏହାପୂର୍ବରୁ ଅକ୍ଟୋବର ୨୮ରେ ପପୁ ଯାଦବଙ୍କୁ ପ୍ରଥମ ଥର ପାଇଁ ହତ୍ୟା ଧମକ ମିଳିଥିଲା। କଲ୍ କରି ଧମକ ଦେଇଥିବା ବ୍ୟକ୍ତି ସାଂସଦଙ୍କୁ ସଲମାନ ଖାନ ମାମଲାରୁ ଦୂରେଇ ରହିବାକୁ କହିଥିଲା। ଆହୁରି ମଧ୍ୟ ଦାବି କରିଥିଲା ଯେ ଲରେନ୍ସ ବିଷ୍ଣୋଇ ପପୁ ଯାଦବ ସହ କଥା ହେବା ପାଇଁ ଘଣ୍ଟା ପ୍ରତି ଲକ୍ଷେ ଟଙ୍କା ଖର୍ଚ୍ଚ କରି ଜାମର ବନ୍ଦ କରି ଫୋନ କରୁଛି। ହେଲେ ପପୁ ଯାଦବ ଫୋନ୍ ଉଠାଉ ନାହାଁନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……