ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଙ୍କୁ ଭେଟିଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ | ଦେଖିବାକୁ ମିଳିଛି କି ଧାମୀ ଅକ୍ଷୟଙ୍କୁ ପାହାଡ଼ି ଟୋପି ପିନ୍ଧାଇ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି, ଆମେ ଅକ୍ଷୟ କୁମାରଙ୍କୁ ଏକ ପ୍ରସ୍ତାବ ଦେଇଛୁ, ଯାହାକୁ ସେ ସ୍ବୀକାର କରିଛନ୍ତି। ଅକ୍ଷୟ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର ଭାବେ କାର୍ଯ୍ୟ କରିବେ। ଧାମୀ ଅକ୍ଷୟଙ୍କୁ କେଦାରନାଥ ମନ୍ଦିରର ଏକ ପ୍ରତିମା ମଧ୍ୟ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଅକ୍ଷୟ କୁମାର ମୁସୁରୀରେ ତାଙ୍କ ଚଳଚ୍ଚିତ୍ରର ଶୁଟିଂ କରୁଛନ୍ତି। ଶୁଟିଂ ପାଇଁ ଅଭିନେତ୍ରୀ ରକୁଲପ୍ରୀତ ମଧ୍ୟ ତାଙ୍କ ସହ ଅଛନ୍ତି। ପର୍ବତ ରାଣୀ ମୁସୁରୀରେ ଚଳଚ୍ଚିତ୍ର ଶୁଟିଂ ପାଇଁ ଅନେକ ସମୟରେ ଚଳଚ୍ଚିତ୍ର ତାରକାମାନେ ଆସି ଥାଆନ୍ତି। ଅନେକ ତାରକା ଶାନ୍ତିର ମୁହୂର୍ତ୍ତ ବିତାଇବା ପାଇଁ ମଧ୍ୟ ଏଠାକୁ ଆସିଥାଆନ୍ତି। ଅନେକ ବଡ଼ ବଲିଉଡ ଚଳଚ୍ଚିତ୍ରର ଶୁଟିଂ ଏଠାରେ ହୋଇଛି।






More Stories
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..