Report Card Odisha

| Daily Odia News

ଋଷ୍‌ ବିଶ୍ୱରେ ଆହୁରି ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେବ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଋଷ୍‌ ବିଶ୍ୱରେ ଆହୁରି ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେବ ଭ୍ଲାଦିମିର୍‌ ପୁଟିନ୍ ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି କି ଆଗକୁ ମାହାକାଶ କ୍ଷେତ୍ରରେ ନିଜର ଶକ୍ତି ବୃଦ୍ଧି କରିବ । ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ମହାକାଶ ଯାତ୍ରା କରିଥିବା ୟୁରି ଗାଗାରିନ୍‌ଙ୍କ ମହାକାଶ ଯାତ୍ରା ୬୦ ବର୍ଷ ପୂରଣ କରିଛି । ଏହି ଅବସରରେ ପୁଟିନ୍‌ ଦେଶବାସୀଙ୍କୁ ଏପରି ସମ୍ୱୋନ୍ଧନ କରିଛନ୍ତି । ଋଷିଆର ସ୍ପେସ୍‌ ଇଣ୍ଡଷ୍ଟ୍ରୀ ଚଳିତ ବର୍ଷ ସଂଘର୍ଷ ପୂର୍ଣ୍ଣ ଯାତ୍ରା ସହିତ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି । ତଥାପି ୧୯୬୧ ମସିହା ଏପ୍ରିଲ୍ ୧୨ ଋଷବାସୀଙ୍କ ମନରେ ସର୍ବଦା ଗର୍ବର ସହିତ ଲିପିବଦ୍ଧ ରହିବ । ଏହି ଦିନ ପ୍ରଥମ ବ୍ୟକ୍ତି ଭାବେ ୟୁରି ଗାଗାରିନ୍‌ ଅନ୍ତରୀକ୍ଷର କକ୍ଷ ପଥରେ ପାଦ ରଖିଥିଲେ । ଯାହାକି ଋଷ୍‌କୁ ସାରା ବିଶ୍ୱରେ ଗୌରବାନିତ୍ୱ କରିଥିଲା । ଗାଗାରିନ୍‌ ମହାକାଶରୁ ଓହ୍ଲାଇଥିବା ସ୍ଥାନରେ ଏକ ମେମୋରିଆଲ୍‌ କରାଯାଇଛି । ଋଷ୍‌ର ଦକ୍ଷୀଣରେ ରହିଥିବା ଏହି ମେମୋରିଆଲ୍‌ ପରିଦର୍ଶନ କରି ସେ ମସ୍କୋର ସ୍ଥିତିକୁ ଆହୁରି ମଜ୍‌ବୁତ୍‌ କରିବା ପାଇଁ ତାଙ୍କ ସରକାରଙ୍କୁ କହିଛନ୍ତି । ଏକବିଂଶ ଶତାବ୍ଦୀରେ ଋଷ୍‌ ନ୍ୟୁକ୍ଲିୟର୍‌ ଶକ୍ତି ସହିତ ମହାକାଶରେ ନିଜର ଶକ୍ତି ବଢ଼ାଇବା ପାଇଁ ଚେଷ୍ଟା କରିବ । ଏଥିପଇଁ ଜରୁରୀ ପର୍ଯ୍ୟବେକ୍ଷଣ କରାଯିବା ସହିତ ଯେଉଁ ସ୍ଥାନରେ ତ୍ରୁଟି ରହୁଛି ତାହାକୁ ସଂଶୋଧନ କରାଯାଇ ପ୍ରତ୍ୟେକ୍ଷ ଭାବେ ପ୍ରତିରକ୍ଷା ସହିତ ଜଡ଼ିତ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।

Breaking News