ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ପରଲୋକ ହୋଇଛି। ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଅନ୍ତିମ ସମୟରେ ଷ୍ଟକଲ୍ୟାଣ୍ଡର ବାଲମୋରାଲ୍ କାଷ୍ଟେଲରେ ରହିଥିଲେ । ରାଜପରିବାର ପକ୍ଷରୁ ଏବିଷୟରେ ସୂଚନା ଦିଆଯାଇଛି । ଏଲିଜାବେଥ୍ ୧୯୨୬ ମସିହାରେ ତାଙ୍କର ଜନ୍ମ ହୋଇଥିଲେ | ମହାରାଣୀଙ୍କ ମୃତ୍ୟୁପରେ ତାଙ୍କ ପୁଅ ୭୩ ବର୍ଷ ଚାର୍ଲସ ମହାରାଜା ହେବେ । ଗୁରୁବାରରେ ଏଲିଜାବେଥଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ସୂଚନା ମିଳିଥିଲା । ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିଲେ । ଗ୍ରୀଷ୍ମ ଅବକାଶରେ ଏଲିଜାବେଥ୍ ବାଲମୋରାଲ୍ କାଷ୍ଟେଲ ଆସିଥିଲେ। ବୟସ ଯୋଗୁଁ ତାଙ୍କର ଚଳପ୍ରଚଳରେ ସମସ୍ୟା ଦେଖା ଦେଇଥିଲା । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା । ରାଣୀଙ୍କ ମରଶରୀର ଆଜି ସ୍କଟଲାଣ୍ଡରୁ ଲଣ୍ଡନ ଅଣାଯିବ। ବ୍ରିଟେନର ମହାରାଣୀଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..